Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Saturday, February 21, 2026
ବିଶେଷ

ବଜେଟ ଆକାରକୁ ନେଇ ହେଉନି କାମ,ଅମଲାଙ୍କ ପାଇଁ ସରକାର ହଲାପଟା


 

ପଡ଼ି ରହିଛି  ୫୦ ପ୍ରତିଶତ ବଜେଟ ଅର୍ଥ

ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଗତ ବର୍ଷ ତୁଳନାରେ ୩୦ ହଜାର କୋଟି ଅଧିକ। ୨୦୨୫-୨୬ରେ ବଜେଟ ଆକାର ଥିଲା ୨ ଲକ୍ଷ ୯୦ ହଜାର କୋଟି। ୨୦୨୬-୨୭ ବର୍ଷ ପାଇଁ ସରକାର ଆଣିଛନ୍ତି ୩ ଲକ୍ଷ ୧୦ ହଜାର କୋଟି ର ବଜେଟ। ସବୁଠାରୁ ବଡ଼ କଥା ହେଲା ସରକାର ଜନତାଙ୍କୁ  ଗୋଲାପି ଚିତ୍ର ଦେଖାଉଛନ୍ତି ତାହା ତୃଣମୂଳ ସ୍ତରରେ କେତେ  ପ୍ରତିଫଳିତ ହେଉଛି ସେ ନେଇ ନଜର ନାହିଁ। 

ଗତ ବର୍ଷ ବଜେଟ ଖର୍ଚ୍ଚକୁ ଯଦି ପରଖା ଯାଏ ତେବେ ବଜେଟ ପ୍ରସ୍ତୁତ କରୁଥିବା ସଚିବ ଓ ଅଧିକାରୀମାନଙ୍କର ପାରିବ। ପଣିଆ ଜଳ ଜଳ ହୋଇ ଦେଖାଯାଉଛି। ଚଳିତ ଆର୍ଥିକ ବର୍ଷ ପୁରିବାକୁ ଆଉ ଗୋଟିଏ ମାସରୁ ଟିକେ ଅଧିକ ଅଛି। ଯଦି ବିଭାଗୀୟ ଖର୍ଚ୍ଚକୁ ଦେଖିବା ତେବେ ତାହା ମୋଟ। ଦରମା ନେଉଥିବା  ବାବୁମା ନଙ୍କର କାର୍ଯ୍ୟ ଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଟାଣି ହୋଇଯାଉଛି । ବଜେଟରେ ବିଭିନ୍ନ ବିଭାଗ ପାଇଁ ହେଉଥିବା ବ୍ୟୟବରାଦ ଖର୍ଚ୍ଚ ହୋଇ ନ ପାରିବା  ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଦୁଇ ବର୍ଷର ସରକାର ଲୋକଙ୍କ ଆଶା ଓ ଆଙ୍କାକ୍ଷା ପୂରଣ କରିବାକୁ ଯେତେ ଚେଷ୍ଟା କରୁଛନ୍ତି, ପ୍ରଶାସନିକ ବିଫଳତା ପାଇଁ ସେତିକି ନିନ୍ଦିତ ହେଉଛନ୍ତି। ବିକଶିତ ଓଡ଼ିଶାର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ସରକାରଙ୍କୁ ଅଫିସରଙ୍କ ବିଫଳତା ସବୁ କ୍ଷେତ୍ରରେ ବ୍ରେକ ଦେଉଥିବା ଭଳି ମନେ ହେଉଛି। ଆଉ ସରକାରୀ ସ୍ତରର ଏହି ବିଫଳତା ବିରୋଧୀଙ୍କୁ ସମାଲୋନା ପାଇଁ ଖୋରାକ ଯୋଗାଉଛି। 

 ଅର୍ଥବ୍ୟୟ ପ୍ରସଙ୍ଗରେ ଅମଲାଙ୍କ ଯୋଗୁଁ ସରକାର ହଲାପଟା ହେଉଛନ୍ତି। ରାଜ୍ୟର ଭାଜପା ସରକାର ବଜେଟରେ ରେକର୍ଡ ପରିମାଣ ବୃଦ୍ଧି କରି ତାହାକୁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାରେ ପହଞ୍ଚାଇବା ସହ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରି ଲୋକଙ୍କ ହୃଦୟ ଜିତିବାକୁ ଯୋଜନା କରିଥିଲେ। ସ୍ଥିତିକୁ ଦେଖି ଅତିରିକ୍ତ ବଜେଟ୍ ୧୭,୪୪୦ କୋଟି ବ୍ୟୟ  ବ୍ୟବସ୍ଥା ବି ହୋଇଥିଲା। ତେବେ ବଜେଟ୍ ଖର୍ଚ୍ଚର ହିସାବ ସରକାରଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି।

ଆର୍ଥିକ ବର୍ଷ ସରିବାକୁ ୨ ମାସରୁ କମ୍   ଥିବା ବେଳେ ଗତ ଜାନୁଆରୀ ଶେଷ ସୁଦ୍ଧା ବରାଦ ଅର୍ଥର ୫୦ ପ୍ରତିଶତ ବି ଖର୍ଚ୍ଚ ହୋଇପାରିନାହିଁ। କେତେକ ବିଭାଗ ତ ଅର୍ଥ ଖର୍ଚ୍ଚ କ୍ଷେତ୍ରରେ ବହୁ ପଛରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜ୍ଞାନ ଓ କାରିଗରୀ  ବିଭାଗ ମାତ୍ର ୨୫.୯୪ ପ୍ରତିଶତ ଖର୍ଚ୍ଚ କରିଥିବା ବେଳେ , ଖଣି ଓ ଶିଳ୍ପ ବିଭାଗ ୨୧.୪, ଜଳସମ୍ପଦ ବିଭାଗ ୩୯.୬୭, ଯୋଜନା ଓ ସଂଯୋଜନା ବିଭାଗ ମାତ୍ର ୩୦.୬ ପ୍ରତିଶତ ଖର୍ଚ୍ଚ କରିଛନ୍ତି। ସେହିପରି ଅର୍ଥ, ଏସସି/ଏସ ଟି ଉନ୍ନୟନ ବିଭାଗ, ଗୃହ, ପଞ୍ଚାୟତିରାଜ , ଶ୍ରମ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପଞ୍ଚାୟତି ରାଜ୍ , ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ ଭଳି ପ୍ରମୁଖ ବିଭାଗ ୫୦ ପ୍ରତିଶତରୁ କମ୍ ଖର୍ଚ୍ଚ କରିଛନ୍ତି।  

ଅର୍ଥ ଖର୍ଚ୍ଚର ଦାୟିତ୍ୱ ସରକାରୀ ବାବୁମାନଙ୍କ ହାତରେ ଥିବା ବେଳେ ସେମାନଙ୍କ ପାଇଁ ସରକାର ଏବେ ହଲାପଟା ହେଉଛନ୍ତି। ଗତ ବିଧାନ ସଭାରେ  ବିରୋଧୀ ଏହାକୁ ପ୍ରସଙ୍ଗ କରି ଘେରିଥିବା ବେଳେ ସରକାର ନୂଆ କରି ଆସିଛନ୍ତି କହି କଥା ଟାଳି ଦେଇଥିଲେ । ଏଥର କିନ୍ତୁ ବିରୋଧୀ ପ୍ରସଙ୍ଗକୁ ହାତଛଡା କରିବା ମତଲବ୍‌ରେ ନାହାନ୍ତି। ଅମଲାଙ୍କ ଢିଲାପଣ ପାଇଁ ଅର୍ଥ ବ୍ୟୟ କ୍ଷେତ୍ରରେ ପଛରେ ପଡ଼ିଥିବା ବିଭାଗର ମନ୍ତ୍ରୀମାନେ କି ଉତ୍ତର ରଖିବେ ଜାଣିପାରୁ ନାହାନ୍ତି। ରାଜ୍ୟ ଓ ଜିଲ୍ଲା ଯୋଜନା ବୋର୍ଡଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗୁଡିକରେ ମଧ୍ୟ ସମାନ ଅବସ୍ଥା । କେବିକେ ଅଞ୍ଚଳରେ ଅର୍ଥ ବ୍ୟୟ ପାଇଁ ପ୍ରସ୍ତାବ ଆସିପାରୁନାହିଁ। କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ବଜେଟ୍ ୫୦୦ କୋଟି ଟଙ୍କାରୁ ଅଧିକ।

ପରିଷଦର ଅଧ୍ୟକ୍ଷ ଓ ସଦସ୍ୟ ପଦ ଫାଙ୍କା ପଡିଥିବାରୁ ଏହି ଅର୍ଥ ବି ଖର୍ଚ୍ଚ ହୋଇପାରୁନାହିଁ। କେବଳ ରାଜନୈତିକ ନିଯୁକ୍ତି ନୁହେଁ, ଦୀର୍ଘଦିନ ଧରି କୃଷି ଉତ୍ପାଦନ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଟି ଫାଙ୍କା ପଡିଥିବା ବେଳେ ଜଣେ ଜଣେ ସଚିବଙ୍କ ହାତରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅର୍ଥ ଖର୍ଚ୍ଚ ଦିଗରେ ବାଧା ସୃଷ୍ଟି କରୁଥିବା କୁହା ଯାଉଛି। ସେହିଭଳି ରାଜ୍ୟ ଯୋଜନା ବୋର୍ଡ ସମେତ ଜିଲ୍ଲାସ୍ତରୀୟ ଯୋଜନା କମିଟିର ପଦପଦବୀ ପୂରଣ ହୋଇପାରୁ ନାହିଁ। ଏଥିଯୋଗୁଁ ନୂଆ ସରକାରଙ୍କ ପାଇଁ ଜିଲ୍ଲା ସ୍ତରର ଆବଶ୍ୟକତା ଓ ଆର୍ଥିକ ପରିଚାଳନାର ବିସ୍ତୃତ ତଦାରଖ ନ ହେବାରୁ ଅର୍ଥ ବ୍ୟୟ ମଧ୍ୟ ଧିମେଇ ଯାଉଛି ।

ଅର୍ଥଖର୍ଚ୍ଚ ଧିମା ହେଉଥିବାରୁ ଗୋଟିଏ ପଟେ ସମାଲୋଚନା ଓ ଅନ୍ୟପଟେ ଲୋକଙ୍କ ନିକଟତର ହେବା ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ଅଧାପନ୍ତରିଆ ଅବସ୍ଥାରେ ରହିବା ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି। ଅନ୍ୟ ପକ୍ଷରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବଜେଟ ଉପରେ ମତ ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଆଣିଥିବା ବଜେଟ ଦେଖିବାକୁ ହାତୀ ଭଳି ମାତ୍ର ଖର୍ଚ୍ଚ ପିମୁଡ଼ି ଭଳି। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ସରକାର ୫୦ ପ୍ରତିଶତ ଖର୍ଚ୍ଚ କରି ପାରି ନାହାଁନ୍ତି। ଶେଷ ଆଡ଼କୁ ତରବରିଆ ବିଲ ବନେଇ ଖର୍ଚ୍ଚ କରିବେ । ଏଥି ଯୋଗୁଁ ଦୁର୍ନୀତି ବାଟମାରଣା ବହୁ ମାତ୍ରାରେ ବଢିବ।  ଅର୍ଥ ଖର୍ଚ୍ଚ ନ ହେଲେ  ରାଜ୍ୟର ବିକାଶ କେମିତି ହେବା ।

 

ସାମ୍ପ୍ରତିକ ଖବର