Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Thursday, March 12, 2026
ରାଜ୍ୟ

ଜଳୁଛି ମଇମୁରା ଜଙ୍ଗଲ , ଲିଭାଇବା ରେ ବନ ବିଭାଗ ବିଫଳ


ବଇଣ୍ଡା , (ନିପ୍ର) :  ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ଧଣ୍ଡାତୋପା ରେଞ୍ଜ ଅଧୀନରେ ଥିବା ମଇମୁରା ଜଙ୍ଗଲ କିଛି ଦିନ ହେବ ଜଳିବାରେ ଲାଗିଛି । ନିଆଁ କୁ ଆୟତ୍ତ କରିବାରେ ବନ ବିଭାଗ ସଂପୂର୍ଣ୍ଣ  ବିଫଳ ହୋଇଛି । ଯାହା ଫଳରେ ଜଙ୍ଗଲ ସଂପୂର୍ଣ୍ଣ ଧ୍ଵଂସ ହୋଇଯିବା ଆଶଙ୍କା କରାଯାଇଛି । ମଇମୁରା ଜଙ୍ଗଲ ଏବେ ଘଞ୍ଚ ଜଙ୍ଗଲ ହୋଇ ରହିଛି । ବିଶେଷ କରି ଏହି ଜଙ୍ଗଲ ରେ ଏବେ ବହୁ ମୂଲ୍ୟବାନ ଗଛ ଥିବା ବେଳେ ଏନେକ କାଠ ଚୋର ଙ୍କର ନଜର ପଡିଛି ।

ଅନ୍ୟ ପଟରେ ଶହ ଶହ ମହୁଲ ଗଛ ଥିବା ଯୋଗୁଁ ବର୍ତ୍ତମାନ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲ ରେ ମହିଳା , ପୁରୁଷ ଙ୍କୁ ଦେଖିବାକୁ ମିଳୁଛି । ପତ୍ର ଝଡା ଋତୁ ହୋଇଥିବା ବେଳେ ଅନେକ ଗଛ ର ପତ୍ର ଝଡି ତଳେ ପଡିରହିଛି । ଯାହାକି ମହୁଲ ଫୁଲ ସଂଗ୍ରହ କରିବାରେ ବିଫଳ ହେବାକୁ ପଡିଛି । ଫଳରେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଯାଉଥିବା କିଛି ବ୍ୟକ୍ତି ଜଙ୍ଗଲ ରେ ନିଆଁ ଲଗାଇ ଦେଉଥିବା ସନ୍ଦେହ କରାଯାଉଛି ।

କିଛି ଦିନ ହେବ ପ୍ରବଳ ଖରା ହେଉଥିବା ବେଳେ ନିଆଁ ଏତେ ଜୋର ରେ ଜଳୁଛି ଯେ ଆକାଶ ଧୂଆଁ ମୟ ହେଇଯାଉଛି । ଯାହା କି ବାୟୁ ମଣ୍ଡଳ ଦୂଷିତ ହେଇଯାଉଛି । ଏହି ନିଆଁ ରେ ଜଙ୍ଗଲ ରେ ଥିବା ଅନେକ ମୂଲ୍ୟବାନ ଔଷଧୀୟ ଗଛ ଶହ ବହୁ କୀଟ ପତଙ୍ଗ ଜଳି ଯାଉଛି । ନିଆଁ ଯୋଗୁଁ ନିକଟରେ ଥିବା ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡିଛନ୍ତି ।

ଜଙ୍ଗଲ ଜଳୁଥିବା ସମ୍ପର୍କରେ ଅଞ୍ଚଳବାସୀ ବହୁବାର ଧଣ୍ଡାତୋପା ବନ ବିଭାଗ କୁ ସୂଚନା ଦେଇଥିଲେ ମଧ୍ୟ ନିଆଁ ଲିଭାଇବାରେ ବାନ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି । ବନ ବିଭାଗ ପକ୍ଷରୁ ଜଙ୍ଗଲ କୁ ସଠିକ ଭାବରେ ପେଟ୍ରୋଲି କରାଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯଦି ଏହି ନିଆଁ କୁ ଆୟତ କରାନଜାଏ ତେବେ ଏହି ଜଙ୍ଗଲ ଧ୍ଵଂସ ହୋଇଯିବ ବୋଲି ଗ୍ରାମବାସୀ କହିଛନ୍ତି । ଏ ନେଇ ଧଣ୍ଡାତୋପା ରେଞ୍ଜର ବବୃବାହାନ ସାହୁ ଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗ କୁ  ଏଡାଇ ଦେଇଥିଲେ ।

 

ସାମ୍ପ୍ରତିକ ଖବର