Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Thursday, March 05, 2026
ରାଜ୍ୟ

ଭାଇଚାରା କଟକ ସହରରେ ଆନନ୍ଦ, ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳା ରେ ହୋଲି ଉତ୍ସବ ପାଳନ।


କଟକ, (ନିପ୍ର) : ରଙ୍ଗ ର ପର୍ବ ହୋଲି। ହଜାର ବର୍ଷ ର ପୂରାତନ କଟକ ଭାଇଚାରା ସହରରେ ଆନନ୍ଦ, ଉଲ୍ଲାସ, ଏବଂ ଶାନ୍ତି ଶୃଙ୍ଖଳା ସହିତ ହୋଲି ଉତ୍ସବ ପାଳନ କରାଯାଇଛି। କଁ ଭାଁ ଗୋଟେ ବା ଦୁଇଟି ସ୍ଥାନ ରେ ରଙ୍ଗ ପକାଇବା କୁ କେନ୍ଦ୍ର କରି ସାମାନ୍ୟ ଉତେଜନା ପ୍ରକାଶ ପାଇଥିଲେ ମଧ୍ୟ ମୋଟାମୋଟି ଭାବରେ କଟକ ସହରରେ ଶାନ୍ତି ଶୃଙ୍ଖଳା ସହ ହୋଲି ଉତ୍ସବ ପାଳନ କରାଯାଇଛି। ବହୁ ପ୍ରାଚୀନ କାଳରୁ ଏହି ଭାଇଚାରା ସହରରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ତଥା ହିନ୍ଦୁ, ମୁସଲମାନ, ଜୈନ ସମସ୍ତେ ମିଳିମିଶି ପରସ୍ପର ପରସ୍ପର କୁ ରଙ୍ଗ ବୋଳି ହୋଲି ଉତ୍ସବ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସମସ୍ତଙ୍କର ସୁଖ ଦୁଃଖ କାମନା କରିଥିଲେ। କଟକ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହୋଲି ଉତ୍ସବ ପାଇଁ ମୁଖରିତ ହୋଇଉଠିଛି।

ହୋଲି ହେଉଛି ଖୁସି ର ପର୍ବ। ଛୋଟ ଶିଶୁ ଠାରୁ ଆରମ୍ଭ କରି ବାଳକ, ବାଳିକା, ଯୁବକ, ଯୁବତୀ ଏବୋ ପ୍ରାକ୍ତ ବୟସ୍କ ମାନେ ରଙ୍ଗ ଖେଳି ଖୁସି ମନାଇଲି। ସାହି ବସ୍ତି ମାନଙ୍କରେ ନାଚ ଗୀତ କରି ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରାଯାଇଛି। ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ 17 ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଛି। ବିଶେଷ କରି ସହରର ଉଭୟ ପାର୍ଶ୍ଵ ରେ ଥିବା ମହାନଦୀ, କାଠଯୋଡି ନଦୀ ଏବଂ ତାଳଦଣ୍ଡା କେନାଲ ଗୁଡ଼ିକରେ ଦମକଳ ବାହିନୀ ଓ ଓଡ୍ରାଫ ବାହିନୀ ଙ୍କୁ ନିୟୋଜିତ କରାଯାଇଛି।

ହୋଲି ରେ ଗାଧେଇବା କୁ ଯାଇ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଉଭୟ ବାହିନୀ ସତର୍କ ଦୃଷ୍ଟି ରଖିଥିଲେ। ପୋଲିସ ର ସ୍ବତନ୍ତ୍ର ବାହିନୀ ସହରର ବିଭିନ୍ନ ଅଞ୍ଚଳ ରେ ପରିକ୍ରମା କରିଥିଲା। ସେହିଭଳି ହୋଲି ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ରାସାୟନିକ ଦ୍ରବ୍ୟ ରଙ୍ଗ ଜବତ କରିଛି। ମଦ୍ୟପ ମାନଙ୍କ ଉପରେ କଡା ନଜର ରଖି ସେମାନଙ୍କୁ ଯାଞ୍ଚ କରାଯାଇଛି।

ବଜାର ରେ ମିଳୁଥିବା କ୍ଷତି କାରକ ରାସାୟନିକ ଯୁକ୍ତ ରଙ୍ଗ ଆଖି ଓ କେଶ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ରଙ୍ଗ ଦୋକାନ ଉପରେ ସତର୍କ ଦୃଷ୍ଟି ରଖିଛି। ମୋଟାମୋଟି ଭାବରେ କଟକ ସହର ବାସୀ ହସ ଖୁସି ରେ ହୋଲି ମନାଇ ପରସ୍ପର ପରସ୍ପର କୁ ରଙ୍ଗ ବୋଳି ଖୁସି ମନାଇଲେ। ମେୟର ଶ୍ରୀ ସୁବାଷ ସିଂ ସହର ବାସୀ ଙ୍କୁ ରଙ୍ଗ ଓ ଆନନ୍ଦର ଉତ୍ସବ। ହୋଲି ଅବସରରେ ସହର ବାସୀ ଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସମସ୍ତଙ୍କ ଜୀବନ ରେ ସୁଖ ଓ ଶାନ୍ତି ସମୃଦ୍ଧ କାମନା କରିଛନ୍ତି।

 

ସାମ୍ପ୍ରତିକ ଖବର