Please wait...

 
Trending Now
  • ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି
  • ଲଙ୍ଗଳକଣ୍ଟି ଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  • ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା
  • ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ - ମୁଖ୍ୟମନ୍ତ୍ରୀ
  • ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
Friday, Jul 3, 2026
Published on: Saturday, March 14, 2026
ରାଜ୍ୟ

ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ


ଭୁବନେଶ୍ୱର, ( ନିପ୍ର) : ବିରୋଧୀ ଦଳ ଶିବିରରେ କେବଳ ଗୋଟିଏ ଆଶଙ୍କା-ଘୋଡ଼ା ବେପାର, କ୍ରସ ଭୋଟିଂ । ଅପରପକ୍ଷରେ ୩ଟି ଯାକ ଆସନରେ ଜିତାପଟ ପାଇଁ ବିଜେପି ରଣନୀତି ଚଳାଇଛି । ଦଳର ବରିଷ୍ଠ ନେତୃମଣ୍ଡଳୀ ଘନଘନ ବୈଠକ କରୁଥିବା ସୂଚନା ମିଳିଛି । ନବୀନ ନିବାସରେ ମଧ୍ୟ ବିଜେଡି ବିଧାୟକଙ୍କ ବୈଠକ ହେଉଛି। ମହାପ୍ରସାଦ  ଛୁଆଁଇ ଶପଥ ପାଠ କରାଯାଉଛି। ପ୍ରଥମ ଦିନ ବୈଠକକୁ ୬ ବିଧାୟକ ଆସି ନ ଥିଲେ । ମିଳିଥିବା ସୂଚନା ଅନୁଯାୟୀ  ବିଧାୟକ ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ସୁଦର୍ଶନ ହରିପାଲ,  ଶାରଦା ନାୟକ, ମନୋହର ରାନ୍ଧାରୀ ଓ ଚକ୍ରମଣି କହଁର ଅନୁପସ୍ଥିତ ଥିଲେ । ସୌଭିକଙ୍କୁ ନେଇ ପ୍ରଥମରୁ ଦଳ ସନ୍ଦେହରେ ରହିଛି ।

ବାକି ୫ଜଣଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଦଳ ପକ୍ଷରୁ କୁହାଯାଉଛି, ମନୋହରଙ୍କୁ ଜ୍ୱର ଓ ଶାରଦା ବାଟରେ ଅଛନ୍ତି । ଶନିବାର ସମସ୍ତେ ଆସିବେ । ଭାଜପା  ନେତା ରବୀନ୍ଦ୍ର ଜେନାଙ୍କ ପତ୍ନୀ ବସ୍ତା ବିଧାୟିକା ସୁବାସିନୀ ବୈଠକ ପରଦିନ ଅର୍ଥାତ୍ ଶୁକ୍ରବାର  ନବୀନ ନିବାସ ପହଞ୍ଚିଥିଲେ । ସମସ୍ତ ବିଧାୟକଙ୍କୁ ଏକାଠି କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଝାଳନାଳ ହୋଇ ଯାଉଛନ୍ତି। ନବୀନଙ୍କ ବୋଫାଦର୍ କେତେଜଣ ଦଳୀୟ ହୁଇପକୁ ମାନୁଛନ୍ତି ତାହା ଆସନ୍ତା  ୧୬ ତାରିଖ ନିର୍ବାଚନ ବେଳେ ଜନ ପଡ଼ିବ। 

 

 

ସାମ୍ପ୍ରତିକ ଖବର