Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Thursday, March 12, 2026
ରାଜ୍ୟ

ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ


ଭୁବନେଶ୍ୱର, (ନିପ୍ର) : ରାଜ୍ୟ ସଭା ନିର୍ବାଚନକୁ ଆଉ ୪  ଦିନ ରହିଛି। କଂଗ୍ରେସ ଓ ବିଜେଡିକୁ  କ୍ରସ ଭୋଟିଂ ଭୟ ଘଟିଲାଣି।  ରାଜସଭା ନିର୍ବାଚନରେ କିଏ କାହାକୁ ଦେବ ସେନେଇ  ଏବେଠୁ ହେଲାଣି ବିରୋଧୀଙ୍କ ଛାତି ଧଡ଼ଧଡ଼। ଅସନ୍ତୁଷ୍ଟ ବିଧାୟକ ଧାଡ଼ି ଭାଙ୍ଗି ଯିବେନି ତ ? ଏହି ଭିତରେ ବିଧାୟକଙ୍କୁ ଏକ କରିବାକୁ ପ୍ରଦେଶ କଂଗ୍ରେସ ହ୍ବିପ୍ ଜାରି କରିଛି। ଏନେଇ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।ଏଥିରେ କୁହାଯାଇଛି, ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ରାଜ୍ୟସଭା ଭୋଟ ହେବ । ତେଣୁ କୌଣସି ବିଧାୟକ ହେଡ୍ କ୍ୱାର୍ଟର ଛାଡ଼ିବେ ନାହିଁ । ସମସ୍ତ ବିଧାୟକ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ  ଛାଡି ପାରିବେ ନାହିଁ । ଏହି  ଲାଇନ ହ୍ୱିପ୍ ନ ମାନିଲେ ଦଳ କଠୋର କାର୍ଯ୍ୟାନୁଷ୍ଠାନ  ନିଆଯିବ  ବୋଲି ଦଳ ସ୍ପଷ୍ଟ କରିଛି ।

ତେବେ ଏ ହ୍ୱିପ୍‌କୁ କିଏ ଡେଇଁବ, ତାହା ଉପରେ ବି ନଜର ରହିଛି । ଅନ୍ୟପଟେ ବୁଧବାର ବିଜେଡି ପକ୍ଷରୁ ମଧ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏଭଳି  ୩ ଧଡ଼ିଆ ହ୍ୱିପ୍ ଚିଠି ସମସ୍ତ ବିଧାୟକଙ୍କୁ ପଠାଇଛନ୍ତି । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର ପ୍ରଥମ ପସନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ରୋଚକ ହେବାକୁ ଯାଉଛି ଚତୁର୍ଥ ଆସନ ଲଢ଼େଇ । ବିଜେଡି-କଂଗ୍ରେସ-ସିପିଆଇଏମ୍ର ମିଳିତ ପ୍ରାର୍ଥୀ ଭାବେ ଡାକ୍ତର  ଦତ୍ତେଶ୍ୱର ହୋତା ମଇଦାନକୁ ଓଲାହାଇଛନ୍ତି । ଏହି ଆସନ ପାଇଁ ବିଜେପି ସମର୍ଥନରେ ଲଢ଼ୁଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ । ଦତ୍ତେଶ୍ୱର-ଦିଲ୍ଲୀପଙ୍କ ମଧ୍ୟରୁ କିଏ ବାଜି ମାରିବ, ସେ ନେଇ ଚାଲିଛି ଅଙ୍କକଷା ।ସେପଟେ  ଦିଲ୍ଲୀପ ରାୟ ମଧ୍ୟ ବିଜୟ ନେଇ କସରତ ତେଜିଛନ୍ତି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କ ଉପରେ ବିଜେପିର ନଜର ରହିଛି । ଏଭଳି କିଛି ବିଧାୟକଙ୍କ ସମର୍ଥନ ପାଇବାକୁ ଦଳ ଆଶା ରଖିଛି ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପାର୍ଟିମାନେ ହ୍ବିପ୍ କରନ୍ତି, ବିଜେପି ବି ହ୍ବିପ୍ ଜାରି କରିପାରେ।  ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ବିଜେଡି-କଂଗ୍ରେସ ଏତେ  ଭୟଭୀତ କାହିଁକି ।  ଯଦି ଡର ଲାଗୁଛି, ତେବେ ପ୍ରାର୍ଥୀ କାହିଁକି ଦେଉଥିଲେ ବୋଲି ଜୟନାରାୟଣ କହିଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଯେ  ବିଜେଡି ସହହାତ ମିଶାଇବା କଂଗ୍ରେସର ବଡ଼ ଭୁଲ। ବିଜେଡି ସହ ହାତ ମିଶାଇବା କଂଗ୍ରେସ ପାଇଁ ବଡ଼ କ୍ଷତିକାରକ ହୋଇପାରେ। ୨୪ ବର୍ଷ କାଳ ବିଜେଡି କଂଗ୍ରେସକୁ ଦରମଲା କରିଛି। କଂଗ୍ରେସ କର୍ମୀଙ୍କୁ ଜେଲ୍‌ରେ ପୂରାଇଛି, ତା ସହ ହାତ ମିଶାଇବା ବଡ଼ ଭୁଲ୍ ହୋଇଛି। ନିଜ ବିଧାୟକଙ୍କ ଉପରେ ଉଭୟ ମୁଖିଆଙ୍କ ବିଶ୍ବାସ ଓ ଭରସା ନାହିଁ। ସେଥିପାଇଁ ବିଜେଡି ଓ କଂଗ୍ରେସ ହ୍ବିପ୍ ଜାରି କରିଛନ୍ତି। ପୂର୍ବତନ ବାଲେଶ୍ବର ବିଜେଡି ଏମ୍ପି ତଥା ନିକଟରେ ବିଜେପିର ମିଶୁଥିବା ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବସ୍ତା ବିଧାୟିକା ସୁଭାଷିନୀ ଜେନା କହିଛନ୍ତି ଯେ ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି। ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି।

 

ସାମ୍ପ୍ରତିକ ଖବର