Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Thursday, March 12, 2026
ରାଜ୍ୟ

ବିଧାନସଭାରେ ଏଲପିଜି ହଙ୍ଗାମା, ସରକାରଙ୍କୁ ଘେରିଲେ ବିରୋଧୀ, ଗୃହରେ ପ୍ରବଳ ହଟ୍ଟଗୋଳ


ଭୁବନେଶ୍ୱର, (ବ୍ୟୁରୋ) : ଦୁଇ ଦିନ ଶାନ୍ତ ପଡିବା ପରେ ରନ୍ଧନ ଗ୍ୟାସ (ଏଲପିଜି) ସଙ୍କଟକୁ ନେଇ ବିଧାନସଭା ହୁଲୁସ୍ଥୂଳ ହୋଇଛି ।  ବିରୋଧୀ କଂଗ୍ରେସ ଓ ବିଜେଡି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ।  ଡବଲ ଇଞ୍ଜିନ ସରକାର ଲୋକଙ୍କୁ ଡବଲ ଝଟକା ଦେଇଛନ୍ତି । ବ୍ୟବସାୟିକ ଗ୍ୟାସ ଯୋଗାଣ ବନ୍ଦ ହେବା ଯୋଗୁ  ସାରା ରାଜ୍ୟରେ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ହୋଇ ଗଲାଣି । ଘରୋଇ ଉପଭୋକ୍ତାଙ୍କୁ ମଧ୍ୟ ସିଲିଣ୍ଡର ମିଳୁ ନାହିଁ । ଚାରିଆଡେ ହା ହା କାର ହେଲାଣି ।

ରାଜ୍ୟ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ସରକାର ଗ୍ୟାସ ଯୋଗାଣ ନେଇ କଣ ପଦକ୍ଷେପ ନେଇଛନ୍ତି ଗୃହରେ ବିବୃତି ଦିଅନ୍ତୁ ନ ଚେତ ବିଧାନସଭା ଚଲାଇ ଦିଆଯିବ ନାହି ବୋଲି ଚେତବନୀ ଦେଇଛନ୍ତି । ଏଲପିଜି ଯୋଗାଣାର ଅବ୍ୟବସ୍ଥାକୁ ନେଇ ଗୁରୁବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣୀ କଂଗ୍ରେସ ସଦସ୍ୟମାନେ ହାତରେ ପ୍ଲା କାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ । କଂଗ୍ରେସ ସହିତ ବିଜେଡି ସଦସ୍ୟମାନେ ମଧ୍ୟ ହୋ ହଲ୍ଲା କରିଥିଲେ ।

 ପ୍ରବଳ ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ସୁରମା ପାଢୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ଦେଉଥିଲେ । ଗୃହରେ ହୋ ହଲ୍ଲା  କରୁଥିବା କଂଗ୍ରେସ ଓ ବିଜେଡି ବିଧାୟକମାନଭ୍‌କୁ ଗୃହ କାର୍ଯ୍ୟରେ ସହଯୋଗ  କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ଫରକ ପଡି ନ ଥିଲା । ଶେଷରେ ବାଚସ୍ପତି ବାଧ୍ୟହୋଇ ଗୃହକୁ ପ୍ରଥମ ପର୍ଯ୍ୟାୟରେ ୧୧ଟା ୩୦ ମିନିଟ ଏବଂ ପରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଯେ ରାଜ୍ୟରେ ଲୋକଙ୍କ ଚୁଲି ବନ୍ଦ ହେବାକୁ ବସିଲାଣି । ଏ ଡବଲ ଇଞ୍ଜିନ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଲୋକ ଯଦି ଖାଇବାକୁ ପାଇବେ ନାହିଁ ତେବେ ଏ ସରକାର ଲୋକଙ୍କ ପାଇ କଣ କରୁଛନ୍ତି ।  ହୋଟେଲ ଗୁଡିକରେ ବ୍ୟବସାୟ ବନ୍ଦ ହେଲାଣି । ରନ୍ଧନ ଗ୍ୟାସ ବୁକିଂ କଲେ ଆଗରୁ ୩/୪ ଦିନରେ ମିଳି ଯାଉଥିଲା । ଏବେ ମାସମାସ ସମୟ ଲାଗୁଛି । ସରକାର ତୁରନ୍ତ ଲୋକଙ୍କୁ ରନ୍ଧନ ଗ୍ୟାସ ଠିକ ସମୟରେ ଯୋଗାନ୍ତୁ । ଏଥିପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ଗୃହକୁ ଜଣାନ୍ତୁ ।


ଭାଜପା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ ଓଡିଶାରେ ପ୍ରଚୁର ଗ୍ୟାସ ମହଜୁଦ ଥିବା ଯୋଗାଣ ମନ୍ତ୍ରୀ କହି ସାରିଛନ୍ତି । ଯୁଦ୍ଧ ପାଇଁ ଅଶୋଧିତ ତୈଳ ଆସିବା ବିଳମ୍ବ ହେଉଛି । ୨୧ ଦିନ ବଦଳରେ ୨୫ ଦିନକୁ ଗ୍ୟାସ ଯୋଗାଇ ବଢାଇ ଦିଆଯାଇଛି । ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ବିରୋଧୀ ସରକାରଙ୍କ ସହ ସାଥ ଦେବା କଥା । ମାତ୍ର ସେମାନେ ଏହି ଅସମୟରେ ରାଜନୈତିକ ଫାଇଦା ନେବାକୁ ଏଭଳି ଅଚାରଣ ଦେଖାଛନ୍ତି । 

 

ସାମ୍ପ୍ରତିକ ଖବର