Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Thursday, March 12, 2026
ରାଜ୍ୟ

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭ ଆରମ୍ଭ


କଟକ, (ନିପ୍ର) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଆଜି ଗୁରୁବାର ଦିନ ଜବାହାର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସମୂହ କନ୍ୟା ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 55 ଯୋଡି ଙ୍କ ବିବାହ ସମ୍ପନ୍ନ ହୋଇଛି। ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ରାଜ୍ୟରେ 30 ଟି ଜିଲ୍ଲାରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି।  ଶ୍ରୀମତୀ ପରିଡ଼ା କହିଲେ ଆଜି ଏକ ଐତିହାସିକ ଦିବସ। ଆଜିଠାରୁ କଟକ ସହରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ ।

ରାଜ୍ୟ ସରକାରଙ୍କ ଏହି ଯୋଜନା ଫଳରେ ମହିଳା ମାନଙ୍କ ସାମାଜିକ ବିକାଶ କ୍ଷେତ୍ରରେ ସହାୟତା ହୋଇ ପାରିବ। କନ୍ୟାମନେ ସାମାଜିକ କ୍ଷେତ୍ରରେ ନିଜକୁ ଭାଗୀଦାର ହୋଇ ସେମାନଙ୍କର ଜୀବନ ସାଥୀ ବାଛିବେ। ପ୍ରତ୍ୟେକ ଦମ୍ପତି ମାନଙ୍କୁ 60 ହଜାର ଟଙ୍କା ଖର୍ଚ୍ଚ ଯୋଗାଇଦିଆଯିବ। 45 ହଜାର ଟଙ୍କା କନ୍ୟା ବ୍ୟାଙ୍କ୍ ଖାତାକୁ ଯିବ। ସମାଜରେ ସାମାଜିକ କୁସଂସ୍କାର ଏବଂ ବାଲ୍ୟବିବାହ କୁ ରୋକିବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୁଅନ୍ତୁ। ଆଗାମୀ ଦିନରେ ରାଜ୍ୟରେ 50 ହଜାର ଦମ୍ପତି ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନାରେ ସାମିଲ ହୋଇପାରିବେ।

ଏଥି ସହିତ ଆଜିର ମୁଖ୍ୟ ଅତିଥି ଶ୍ରୀମତୀ ପରିଡ଼ା ଯୋଜନାର ଶୁଭାରମ୍ଭ କରିବା ସହ ବରକନ୍ୟା ଦମ୍ପତି ମାନଙ୍କୁ ଆଶୀର୍ବାଦ କରି ଶୁଭ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଶିଶୁ ବିଭାଗ ସଚିବ ମୃଣାଳିନୀ ଦର୍ଶ୍ଵସଲ ସ୍ଵାଗତ ଭାଷଣ ଦେଇ ଥିଲେ।  ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶିକା ମନିଷା ବାନାର୍ଜୀ, କଟକ ସଦର ବିଧାୟକ ପ୍ରକାଶ ସେଠି ଯୋଗଦେଇ ସରକାରଙ୍କ ମହିଳା ମାନଙ୍କ ଲାଗି ବିଭିନ୍ନ ଜନ କଲ୍ୟାଣ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଧେ ଧନ୍ୟବାଦ୍ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ସି ଏମ ସି କମିଶନର କିରନଦୀପ କୌର ଉପସ୍ଥିତ ଥିଲେ।

 

 

ସାମ୍ପ୍ରତିକ ଖବର