Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Friday, March 06, 2026
ବାଣିଜ୍ୟ

ଆଇଏଫଏସଡିଏମଏସ ସହ ଚୁକ୍ତିନାମା ସ୍ୱାକ୍ଷର କଲା ଏଚପିସିଏଲ


ଜୁରୁରୀକାଳୀନ ଅଗ୍ନୀ ନିର୍ବାପକ ତାଲିମ ନେବେ ଏଚପିସିଏଲ ଅଧିକାରୀ
ଭୁବନେଶ୍ୱର, (ନିପ୍ର) :  ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚପିସିଏଲ) ନିଜର ଅଫିସରମାନଙ୍କୁ ଜରୁରୀ ପରିସ୍ଥିତିରେ ଅଗ୍ନୀକାଣ୍ଡକୁ ମୁକାବିଲା କରିବା ସକାଶେ ତାଲିମ ପ୍ରଦାନ କରିବ । ଏ ନେଇ ଏଚପିସିଏଲ ଏବଂ ଇନଷ୍ଟିଚ୍ୟୁଟ ଅଫ ଫାୟାର ସେପ୍ଟି ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଷ୍ଟଡିଜ (ଆଇଏଫଏସଡିଏମଏସ) ସହ ଶୁକ୍ରବାର ଚୁକ୍ତିନାମା ସ୍ୱାକ୍ଷର କରିଛି । ଆଇଏଫଏସଡିଏମଏସ ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ବିକ୍ରମ ମହୁରକରଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମାରେ ଏଚପିସିଏଲ ର ହେଲଥ, ସେଫ୍ଟି ଆଣ୍ଡ ଏନଭାଇରନମେଣ୍ଟ (ଏଚଏସଇ)  ଏକଜିକ୍ୟୁଟିଭ ଡାଇରେକ୍ଟର  ଧର୍ମେନ୍ଦ୍ର କୁମାର ଶର୍ମା ଏବଂ ଆଇଏଫଏସଡିଏମଏସ  ଚିଫ କୋର୍ଡିନେଟର ଧର୍ମେନ୍ଦ୍ର ୱାଖାରିକର ଦସ୍ତଖତ କରିଛନ୍ତି ।
 
ଭାରତର ଶକ୍ତି କ୍ଷେତ୍ରର ବାଦଶାହା ତଥା ସିପିଏସଇ ନବରତ୍ନ ପ୍ରାପ୍ତ ଏଚପିସିଏଲ ଦେଶରେ ତୈଳ ବିଶୋଧନାଗାର, ତୈଳ ଡିପୋ, ଟର୍ମିନାଲ ନେଟୱାର୍କ ବୃଦ୍ଧି ଦିଗରେ ଗୁରୁତ୍ୱ ଭୁମିକା ଗ୍ରହଣ କରିବା ସହ ୨୧ ହଜାର ରିଟେଲ ଆଉଟଲେଟ ଖୋଲି ପାରିଛି । (ଆଇଏଫଏସଡିଏମଏସ ସହ କରାଯାଇଥିବା ଏହି ଚୁକ୍ତି ହଠାତ ଅଗ୍ନୀକାଣ୍ଡକୁ ତତକ୍ଷଣାତ ଆୟତ୍ତ କରିବା କ୍ଷେତ୍ରରେ ପ୍ରସ୍ତୁତ କରିବା ସହ ଏଚପିସିଏଲ ଅଧିକାରୀମାନଙ୍କୁ  ଶ୍ରେଣୀ ଗୃହ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବ । ଏହା ଦ୍ୱାରା ଅଧିକାରୀମାନେ ହାଇ ରିସ୍କ ଥିବା ଶିଳ୍ପାଞ୍ଚଳକୁ ଦକ୍ଷତାର ସହ ତୁରନ୍ତ କାର୍ଯ୍ୟକରି ପାରିବେ । 
 
ବଡୋଦ୍ରା ଠାରେ ୭୫ ଏକର ଅଞ୍ଚଳରେ  ଅବସ୍ଥିତ ଆଇଏଫଏସଡିଏମଏସ  ଅଗ୍ନୀ ଏବଂ ପାକୃତିକ ବିପର୍ଯୟ ପରିଚାଳନା ରୋକିବା ନେଇ  ଅତ୍ୟାଧୁନିକ ଉନ୍ନତ ଜ୍ଞାନ କୌଶଳ  ପ୍ରଦାନ କରି  ଆସୁଛି । ଶିଳ୍ପାଞ୍ଚଳ ତୈଳ ଡିପୋ ଗୁଡିକରେ ଜୀବନ୍ତ ନିଆଁକୁ ଆୟତ କରିବା ନେଇ ଉକ୍ତ ସଂସ୍ଥା ଅଧିକାରୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବା ସହ ସୁରକ୍ଷା ଭିତ୍ତିମିକୁ ଆହୁରି ସୁଦୃଢ କରିବ । ଏହି ଚୁକ୍ତି ବଳରେ ଉଭୟ ଏଚପିସିଏଲ ଏବଂ (ଆଇଏଫଏସଡିଏମଏସର ମିଳିତ ସହଯୋଗରେ ସୁରକ୍ଷା ସଂସ୍କୃତିର ଆହୁରି ଦ୍ରୁତ ବିକାଶ  କରିବା ପାଇଁ ପୂର୍ବପ୍ରସ୍ତୁତି ଏବଂ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଦିଗରେ ସହାୟକ ହେବ । ଯାହାକି ଅତ୍ୟନ୍ତ ଜଟିଳ  ଶକ୍ତି ଭିତ୍ତିଭୁମି  ଗୁଡିକର ସୁରକ୍ଷା କରାଯିବା ସହ ଶିଳ୍ପା୍‌ଚଳ ଭିତିକ ଜୁରୁରୀ ପରିସ୍ଥିତିର ସଠିକ ମୁକାବିଲା କରାଯାଇ ପାରିବ ବୋଲି ଏଚପିସିଏଲ ପକ୍ଷରୁ ଦୃଢ ଆଶା କରାଯାଇଛି । 
 

ସାମ୍ପ୍ରତିକ ଖବର