Please wait...

 
Trending Now
  • ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି
  • ଲଙ୍ଗଳକଣ୍ଟି ଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  • ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା
  • ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ - ମୁଖ୍ୟମନ୍ତ୍ରୀ
  • ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
Friday, Jul 3, 2026
Published on: Thursday, February 26, 2026
ବିଶେଷ

କଟକର ଶିକ୍ଷାନୁଷ୍ଠାନଗୁଡିକ ଦିନକୁ ଦିନ ଅଶାନ୍ତ ହୋଇପଡୁଛି


କଟକ, (ନିପ୍ର):  କଟକ ସହର ହେଉଛି ଓଡିଶାର ଶିକ୍ଷା କ୍ଷେତ୍ରର ପ୍ରାଣକେନ୍ଦ୍ର।  ଏହି କଟକ ସହରରେ ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ଏହି ଦୁଇଟି ଶିକ୍ଷାନୁଷ୍ଠାନ ସମଗ୍ର ଭାରତବର୍ଷରେ ଗର୍ବ ଅନୁଭବ କରିଥାଏ।  ଗତ ଏକମାସ ଧରି ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି।  ଦୀର୍ଘ ଏକମାସ ଧରି ଏହି ମହାବିଦ୍ୟାଳୟର ଛାତ୍ରୀମାନେ ଏହାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦାବୀ କରି ଦିବାରାତ୍ରି ଧାରଣାରେ ବସିଛନ୍ତି। ମାତ୍ର ସରକାର ନିରବଦ୍ରଷ୍ଟା ହୋଇ ଆଖି ବୁଜି ଦେଇଛନ୍ତି।  ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି ଯେ ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଥମେ ଭିତ୍ତିଭୂମିର ବିକାଶ କରାଯାଇ ପରବର୍ତ୍ତୀ କାଳରେ ଏହାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯିବ।  ସରକାରଙ୍କର ଏଭଳି ହାସ୍ୟାସ୍ପଦ ବିବୃତିକୁ ସହରର ବୁଦ୍ଧିଜୀବୀମାନେ ନାପସନ୍ଦ କରୁଛନ୍ତି।

  ଉତ୍କଳ ଗୌରବ ମଧୁସୂଦନ ଦାସ ୧୯୧୩ ମସିହାରେ ନାରୀଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ କଟକରେ ଶୈଳବାଳା ମହିଳା କଲେଜ ସ୍ଥାପନ କରିଥିଲେ।  ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଉପଯୁକ୍ତ ଭିତ୍ତିଭୂମି ଥାଇ ସରକାରଙ୍କର ଶିକ୍ଷା ବିଭାଗ କାହିଁକି ଏବଂ କେଉଁ କାରଣରୁ ଏହି ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଉନାହାନ୍ତି ତାହାର କାରଣ ଅସ୍ପଷ୍ଟ। ଶୈଳବାଳା ମହାବିଦ୍ୟାଳୟ ଛାତ୍ରୀମାନଙ୍କର ଆନ୍ଦୋଳନକୁ ଦବାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ନାନା ଧମକଚମକ ଦିଆଯାଉଛି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।  ଏପରିକି ଛାତ୍ରୀମାନଙ୍କର ପ୍ରଶାସନ ସହିତ ଆଲୋଚନା ବିଫଳ ହୋଇଛି। ଛାତ୍ରୀମାନେ ସେମାନଙ୍କର ଜିଦକୁ ନେଇ ଅତଳ ରହିଛନ୍ତି ଯାହାଫଳରେ ମହିଳା କଲେଜ ପରିସର ଅଶାନ୍ତ ରହିଛି।

  ଚଳିତ ବଜେଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବାଦ ଦେଇ ଅନ୍ୟ ୪ଟି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି।  ତେଣୁ ଶୈଳବାଳାକୁ ସରକାର ଅଣଦେଖା ଓ ଅବହେଳା କରି ରାଜନୈତିକ ଉଦ୍ଦେଶ୍ୟ ରଖି ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାରେ ପଛଘୁଞ୍ଚା ଦେଉଛନ୍ତି ବୋଲି ଅଭିଯୋଗ ହେଉଛି।  ଦୀର୍ଘ ୨୮ ଦିନ ବ୍ୟାପୀ ମହିଳା କଲେଜର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବୀ କରି କଲେଜ ପରିସରରେ ଧାରଣା ଅବ୍ୟାହତ ରଖି ଶନିବାର ଦିନ ରାସ୍ତାକୁ ଓହ୍ଲାଇ ଧାରଣା ଦେଇଥିଲେ।  କଟକ ସମେତ ରାଜ୍ୟର ବୁଦ୍ଧିଜୀବୀମାନେ ଛାତ୍ରୀମାନଙ୍କର ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଛନ୍ତି।

  ଗତ କିଛି ବର୍ଷ ପୂର୍ବେ ରାଜ୍ୟ ସରକାର ଶୈଳବାଳା ମହାବିଦ୍ୟାଳୟର ଘରୋଇ ଜମିରୁ କିଛି ଅଂଶ ଅଧିଗ୍ରହଣ କରି ଏହାକୁ ରାସ୍ତାରେ ବ୍ୟବହାର କରିଛନ୍ତି।  ଇତି ମଧ୍ୟରେ କଟକର ବିଧାୟିକା ସୋଫିଆ ଫିରଦୋସ, ମେୟର ସୁବାସ ସିଂ ଏବଂ ବହୁ ବୁଦ୍ଧିଜୀବୀମାନେ ଶୈଳବାଳାକୁ ବିଶ୍ବବିଶ୍ୟାଳୟ ମାନ୍ୟତା ଦେବାପାଇଁ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିସାରିଛନ୍ତି। ସେହିଭଳି କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ବିଭିନ୍ନ ସମସ୍ୟାକୁ ନେଇ ବର୍ଷସାରା ଅଶାନ୍ତ ପରିବେଶ ସୃଷ୍ଟି ହେଉଛି।  ଗତ କିଛିଦିନ ପୂର୍ବେ ଦୁଇ ହଷ୍ଟେଲର ଅନ୍ତେବାସୀଙ୍କ ମଧ୍ୟରେ ଖେଳକୁ ନେଇ ଘଟିଥିବା ଗୋଷ୍ଠୀ ସଂଘର୍ଷ ତୀବ୍ର ରୂପ ନେଇଥିଲା।  ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ହଷ୍ଟେଲର ବିଭିନ୍ନ ସମସ୍ୟାକୁ ନେଇ ବର୍ଷସାରା ଆସନ୍ତି ଲାଗିରରହିଛି।  ଏହି ସବୁ ସମସ୍ୟାର ସମାଧାନ କେବେ?

 

 

ସାମ୍ପ୍ରତିକ ଖବର