Please wait...

 
Trending Now
  • କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ଵୟନ ସମୀକ୍ଷା ଅଭିଯୋଗର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ
  • ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିସନ୍ ଅଧ୍ୟକ୍ଷା
  • ଆଡମ୍ବର ସହ ସ୍ୱୟାତ୍ତ ଶାସନ ଦିବସ ପାଳନ ନିଷ୍ପତି ସବୁ ପୌରାଞ୍ଚଳରେ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ପ୍ରାକ୍ ଉତ୍ସବ
Sunday, Sep 7, 2025
Published on: Monday, August 11, 2025
ରାଜ୍ୟ

ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିସନ୍ ଅଧ୍ୟକ୍ଷା


ଭୁବନେଶ୍ୱର : ବିଳମ୍ବରେ ହେଲେ ବି ରାଜ୍ୟ ସରକାର ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ବାଲେଶ୍ୱର ଜିଲ୍ଲାର ଶୋଭନା ମହାନ୍ତି ନିଯୁକ୍ତି ଦେଇଥିଲେ. ଶ୍ରୀମତୀ ମହାନ୍ତି ଆଜି ମହିଳା କମିଶନ କାର୍ଯ୍ୟାଳୟକୁ ଆସି  ଦାୟିତ୍ବ ଗ୍ରହଣ କରିଛନ୍ତି. ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତ୍ତମାନ ସମାଜରେ ପ୍ରତ୍ୟେକ ସ୍ତରରେ ଦୁର୍ଘଟଣା ଘଟିଚାଲିଛି ।  ପେସାରେ ଜଣେ ଓକିଲ ହୋଇଥିବାରୁ ଯାହା ତଦନ୍ତ ପରିସରକୁ ଆସିବ, ତାଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ୟମ ରହିବ  ।କମିଶନଙ୍କ ଉପରେ କୌଣସି ଚାପ ରହିବ ନାହିଁ । ସମସ୍ତଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ୟମ ରହିବ ।  ମହିଳା କମିଶନ ହେଉଛି ମହିଳାଙ୍କ ବାପ ଘର। ଯିଏ ଦୋଷୀ ସେ ଦଣ୍ଡ ପାଇବ। ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି । ଆଗକୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୂତନ ଭାବେ ଦାୟିତ୍ୱ ନେଇଥିବା ମହିଳା କମିଶନ ଅଧ୍ୟକ୍ଷା। ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ କରିବା ସହ ପ୍ରତିଟି ମହିଳା କିପରି ସୁରକ୍ଷା ପାଇବେ ତୃଣମୂଳ ସ୍ତରରେ ସେ ଦିଗରେ ଚେଷ୍ଟିତ ରହିବି ବୋଲି କହିଛନ୍ତି ।